Khudurukuni Osha Book Odia

❴SHARE THIS PDF❵ FacebookX (Twitter)Whatsapp
REPORT THIS PDF ⚐

Khudurukuni Osha Book Odia

This festive is known as Khudurukuni or Khuda-rankuni. It means a girl begging for food. This festive is observed by unmarried girls. They do puja and fasting for their brother’s wealth, prosperity, and safety. In Bhadraba month every Sunday, this puja is held. In the morning girls do ” Balunka puja”.

They create an idol in sand and worship that in the morning and in the evening they worship the idol of Maa Khudurukuni and sing the khudurukuni song. Girls of the same locality or friends meet at one place in the evening and prepare for this puja. It is believed that in early days traders from Odisha travelled far and wide (mostly to Java and Sumatra Islands) in ships (Boitas) to do business. Their family members used to bid them adieu and pray for their good health and safe homecoming.

Khudurukuni Osha Book

The story behind this fest is a girl named Tapoyi had 7 brothers. She was the youngest one. She had 7 sisters-in-law too. Being one girl child in family she was too much pampered. But her fate was turned when her father and mother left the world. After that, her brothers left home for doing business and trading by leaving her with her sisters-in-law. After this 7 sisters-in-law torchered her so much and didn’t give food to eat. Only her youngest sister-in-law was kind to her.

This continues until Tapoyi worshiped Maa Mangala for her brothers to come back. Because 12 years before they went and there was no sign of them. Tapoyi was worried about her brothers and worshiped Maa Mangala for her brother’s safety. After this, her brother came and punished her 6 sisters-in-law and took care of her as before. In the end, everyone came to know that Tapoyi was an angel and born on earth as Tapoyi. They regret and from that day Tapoyi is worshiped as Khudurukuni. As she did puja for her brother to come back to this day girls do worship by seeking their brother’s prosperity.

Khudurukuni Osha Lyrics

ବନ୍ଦଇ ଦେବ ଜଗନ୍ନାଥ । କମଳା ଦେବୀର ସଙ୍ଗାତ ।।

ଲକ୍ଷ୍ମୀ ଦେବୀର ପ୍ରାଣନାହା । ଶୋଭିତ ଶଙ୍ଖ ଚକ୍ର ବାହା ।।

ଅଶେଷ ବ୍ରହ୍ମାଣ୍ତ ଠାକୁର । ବିଜୟ ଦ୍ୱାରକା ନ‌ଗର ।।

ଧନ୍ୟ ସେ ଦ୍ୱାରକା ମ‌ହିମା । ନିର୍ମାଣ କଲା ବିଶ୍ୱକର୍ମା ।।

ଅଠର ବଂଶ ଲୋକ ଯ‌ହିଁ । ଅଛନ୍ତି ପ୍ରଭୁ ସଙ୍ଗେ ରହି ।।

ସମସ୍ତେ ବିଷ୍ଣୁର କୁଟୁମ୍ବ । ସକଳ ସମ୍ପଦ ଆରମ୍ଭ ।।

ଅର୍ଜିଲେ ବ‌ହୁ ସୁତାସୁତ । କୁଟୁମ୍ବ ହୋଇଲେ ବ‌ହୁତ ।।

କୃଷ୍ଣର ବ‌ହୁତ ଯୁବତୀ । ବତିଶ ସ‌ହସ୍ର ଅଛନ୍ତି ।।

ତାହାଙ୍କ ଗର୍ଭରୁ ସମ୍ଭୁତ । ହୋଇଲେ ଦଶଦଶ ସୁତ ।।

ଗୋଟିଏ ଲେଖାଏଁ ଦୁଲ୍ଲଣା । ଏଥୁ ଅଧିକ ନୁହେଁ ଉଣା ।।

ଦୁହିତା ତିନିଗୋଟି ଜାତ । ଏମ‌ନ୍ତେ କୁଟୁମ୍ବ ବ‌ହୁତ ।।

ରାଜା ତ‌ହିଁରେ ଉଗ୍ରେସେନ । ମନ୍ତ୍ରୀ ଯାଦବ ତିନିଜଣ ।।

ସୁଖେଣ ପରଜା ପାଳନ୍ତି । ବଳିଷ୍ଠ ଦୁର୍ବଳ ଅଛନ୍ତି ।।

ସବୁରି ଘରେ ଶୁଦ୍ଧ ସ୍ୱର୍ଣ୍ଣ । ସମସ୍ତେ କୁବେର ସମାନ ।।

ଯାବତ ଓଷା ବାରବ୍ରତ । ସେ ପୁରେ ଅଛଇ ସମସ୍ତ ।।

ଆପେ ମନୁଷ୍ୟ ଦେହ ଧରି । ମେଦିନୀ ଭାରା ନାଶ କରି ।।

ଯ‌ହିଁ ବିଜୟ ଯଦୁବତ୍ସ । ତ‌ହିଁକି କିସ ଦେବା ଲକ୍ଷ ।।

ଆଶ୍ୱିନ କାର୍ତ୍ତିକ ହୋଇଲା । ମାର୍ଗଶିର ଯେ ପ୍ରବେଶିଲା ।।

ତା ଅନ୍ତେ ପୌଷ ମାଘ ଲେଖ । ଫାଲ୍‌ଗୁନ ଚୈତ୍ର ବୈଶାଖ ।।

ଜ୍ୟେଷ୍ଠ ଯେ ଆଷାଢ଼ ଶ୍ରାବଣ । ଭାଦ୍ରବ ମାସ ହୁଏ ପୁଣ ।।

କୃଷ୍ଣ ପ୍ରତିପଦା ତିଥିର । ଯେତେ ହୁଅଇ ରବିବାର ।।

ଖୁଦୁରୁକୁଣୀ ନାମେ ଓଷା । ହୋଇଲା ସେହିଦିନ ନିଶା ।।

ରୁକ୍ମିଣୀ ଯୋଡ଼ି ବେନିକର । ବୋଇଲେ ଶୁଣ ଚକ୍ରଧର ।।

ଆଦିତ୍ୟ ବାର ଆଜ ହୁଏ । ହୋଇବ ମଙ୍ଗଳା ଓଷାଏ ।।

ଖୁଦୁରୁକୁଣୀ ନାମ ତାର । ପୁଜିଲେ ମଙ୍ଗଳ ଅପାର ।।

ସତ୍ୟ ଯୁଗରେ ଯେ ମଙ୍ଗଳା । ଝିଅଙ୍କୁ ପାଳି ସିଂଘବଳା ।।

ମାତାଙ୍କୁ ମାଗିଲେ ସେ ବର । ଏ ଓଷା ହୋଇବ ଆମ୍ଭର ।।

ପ୍ରସନ୍ନ ହୋଇ ମୋତେ ଦେବା । ଅସ୍ତୁ ବୋଇଲେ ତାଙ୍କୁ ସର୍ବା ।।

ସେ ଦିନୁ ଏ ଓଷା ସମ୍ଭୁତ । ବାଳିକାମାନଙ୍କର ମତ ।।

ପ୍ରସନ୍ନ ବଦନ ମଙ୍ଗଳା । ବାଳିକାମାନଙ୍କର ଲୀଳା ।।

ଏଥକୁ ଆଶ୍ରେ ହେଲେ ହରି । ପୂଜିବେ ସୁଖେ ବାଳ ନାରୀ ।।

ଶ୍ରୀକୃଷ୍ଣ ବୋଇଲେ ମୃଗାକ୍ଷୀ । ପୂର୍ବରୁ ଯେବେ ବିଧି ଅଛି ।।

ଆମ୍ଭେ ତା ନ କରିବା ନାସ୍ତି । ବାଳିକା ଶ୍ରଦ୍ଧା ଯେ କରନ୍ତି ।।

ଶୁଣି ରୁକ୍ମିଣୀ ତୋଷେ ଗଲେ। ଆଶ୍ରମେ ପ୍ରବେଶ ହୋଇଲେ ।।

ବିବିଧ ବର୍ଣ୍ଣେ ନାନାପୁଷ୍ପ । ମଣ୍ତିଲେ ଦାସୀ ଚଉପାଶ ।।

ଅନେକ ପୁଷ୍ପ ମାଳ ମାଳ । ରଚି ରୁକ୍ମିଣୀ ତ‌ତ କାଳ ।।

ଲିପିଣ ମୁରୁଜ ପାରିଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ।।

ଫଳ ଉପାଧିମାନ କରି । ସୁବର୍ଣ୍ଣ ଚାଙ୍ଗଡ଼ାରେ ଭରି ।।

ଥୋଇଲେ ସକଳ ସନ୍ନିଧେ । ଅନେକ ଦିପାବଳୀ ମଧ୍ୟେ ।।

ଯେତେକ ଓଷାର ଯେ ବିଧି । ତେତେକ ଦ୍ରବ୍ୟ କଲେ ସିଦ୍ଧି ।।

ବସିଲେ ବାଳିକା ସୁନ୍ଦରୀ । ହସ୍ତରେ ପୁଷ୍ପାଞ୍ଜଳି ଧରି ।।

ଆବୋରି ବସିଲେ ସମସ୍ତେ । ଅଠର ବଂଶଲୋକ ଯେତେ ।।

ଶ୍ରୀୟା ଯେ ମଧୁବତୀ ବାମା । ରୁକ୍ମିଣୀ ଲୀଳା ସତ୍ୟଭାମା ।।

ସେ ଲୀଳା ମାଳ ଯେ ଦୁଲ୍ଲଣା । ସୁକେଶୀ ଚଞ୍ଚଳ ଖଞ୍ଜନା ।।

ମରୁଆ ସେବତୀ କୁଙ୍କୁମ । ଲଳିତା ତୁଳସୀ ଉତ୍ତମ ।।

ପଦ୍ମା ହେ ସେବତୀ ପାର୍ବତୀ । ବିମଳା ମଦନ ମାଳତୀ ।।

କପୋତୀ ହଂସ ଯେ ସୁମେଧା । ରମ୍ଭା ଶ୍ରୀକୃଷ୍ଣ ପ୍ରିୟା ରାଧା ।।

ଏମନ୍ତେ ଅନେକ ତରୁଣୀ । କେ ତାହା ପାରିବ ବଖାଣି ।।

ଦେବକୀ କୃଷ୍ଣର ଜ‌ନ‌ନୀ । ବସିଲେ ସବୁ ନାରୀ ଘେନି ।।

ବୃଦ୍ଧା ବାଳିକା ଯୁବା ନାରୀ । ବସିଲେ ମଙ୍ଗଳା ସୁମରି ।।

ଜୟ ଗୋ ଜୟ ଗୋ ମଙ୍ଗଳା । ଉଦ୍ଧାରୁ ବୁଡ଼ିଲାର ଭେଳା ।।

ଜୟ ତୁ ମଙ୍ଗଳା ଉତ୍ତମ । ଆରତ ଭଞ୍ଜନୀ ତୋ ନାମ ।।

ସଙ୍କଟ ତାରିଣୀ ମଙ୍ଗଳା । ହୃଦେ ମନ୍ଦାର ପୁଷ୍ପ ମାଳା ।।

ପ୍ରସନ୍ନ ହୁଅ ମହାମାୟେ । ଆମ୍ଭଙ୍କୁ ହୁଅ ଗୋ ସଦୟେ ।।

ସଙ୍କଟ ତାରିଣୀ ମଙ୍ଗଳା । ଉଦ୍ଧାର ବୁଡ଼ିବାର ଭେଳା ।।

ହସ୍ତ ଯୋଡ଼ିଣ ବଂଶନାରୀ । ବାଞ୍ଛା ସମସ୍ତେ ହୃଦେ କରି ।।

ଏଥି ଉତ୍ତାରୁ ଶକ୍ରବତୀ । ଶାଶୁଙ୍କୁ ବଚନ ବୋଲନ୍ତି ।।

କ‌ହ ଏ ଓଷା ବିଧି କଥା । ପୂର୍ବ‌ହୁଁ ଯେମନ୍ତ ବ୍ୟବସ୍ଥା ।।

ବଧୁ ବଚନେ କରି ଦୟା । କ‌ହନ୍ତି ବସୁଦେବ ପ୍ରିୟା ।।

ସମସ୍ତେ ଶାନ୍ତ କରି ମନ । ଶୁଣ ଏ ଓଷାର ବିଧାନ ।।

ପ୍ରଥମେ ଜମ୍ବୁଦ୍ୱୀପ ସାର । ବେଢ଼ିଛି ଲବଣ ସାଗର ।।

ଏ ପ୍ଲକ୍ଷ ଦ୍ୱୀପେ ଶୁଦ୍ଧ ନୀର । ବେଢ଼ିଛି ବଳୟ ଆକାର ।।

ଦ‌ଧି ସମୁଦ୍ର ବାର ଦ୍ୱୀପେ । ଲବଣ ସମୁଦ୍ର ସମିପେ ।।

ସୁରା ସମୁଦ୍ର ଯେ ତ‌ହିଁରେ । ବେଢ଼ିଛି ଚାରି ପାରୁଷରେ ।।

ରତ୍ନ ଦ୍ୱୀପରେ ସିନ୍ଧୁ ଶୁଣ । ବେଢ଼ିଛି ଯେସନେକ ପୁଣ ।।

ଦ୍ୱୀପଙ୍କ ମଧ୍ୟେ ଅସ୍ତଗିରି । ବେଢିଛି ମେରୁକୁ ଆବୋରି ।।

ଗିରିକି କେତେ ହେ ଅନ୍ତର । ଅଛଇ ଏକ ଦ୍ୱୀପାନ୍ତର ।।

ତ‌ହିଁରେ ରାଜା ତିଳଧ୍ୱଜ । ବ‌ହୁତ ଆୟତନ ରାଜ୍ୟ ।।

ସମସ୍ତ ଘରେ ଯେ କୁଶଳ । ଧର୍ମ ସ୍ଥାପିଣ ମ‌ହିପାଳ ।।

ଭାରିଯାମାନେ ପତିବ୍ରତା । ନିଯୋଗ ଲୋକ ଯେ ଖଟନ୍ତା ।।

ସଭାରେ ତାର ମିଛ ନାହିଁ । ରାଜ୍ୟକୁ ଶତ୍ରୁ ନ ଆସଇ ।।

ପରଜା ପାଳେ ପୁତ୍ର ଜାଣି । ଗୁହାରୀ ତ‌ତକାଳେ ଶୁଣି ।।

ମନ୍ତ୍ରୀର ନାମ ଗୁଣନିଧି । ପୁତ୍ରର ନାମ ତା ସୁବୁଦ୍ଧି ।।

ସେ ନ‌ଗ୍ର ବଡ଼ ଶୋଭାବନ । ଅଳକା ପୁରକୁ ସମାନ ।।

ବ‌ହୁତ ସାଧବ ଅଛନ୍ତି । ବୋଇତ ବାଣିଜ୍ୟ କରନ୍ତି ।।

ସେହି ବାଣିଜ୍ୟ ପରସାଦେ । ଜିଣନ୍ତି କୁବେରକୁ ବାଦେ ।।

ପୋଇଲି ପିନ୍ଧେ ପାଟ ଶାଢ଼ୀ । ଆବର ହସ୍ତେ ସୁନାଚୁଡ଼ି ।।

ସାଧବ ମାନଙ୍କର ନାରୀ । ଶରୀରେ ସୁବର୍ଣ୍ଣ ଆବୋରି ।।

ଗୁରୁ ହୋଇବ ବୋଲି ଅଙ୍ଗ । ଅଳଙ୍କାରକୁ ମଣେ ଖଙ୍ଗ ।।

ସ୍ଫଟିକ ପିଢ଼ା ସର୍ବ ଘରେ । ପାବଚ୍ଛ ମାନ ସ୍ପଟିକରେ ।।

ପ୍ରବାଳ ସ୍ତମ୍ଭ ସୁନା ଶ୍ରେଣୀ । ଉହାଡ଼େ ସୁବର୍ଣ୍ଣ ଛାଉଣୀ ।।

ସୁବର୍ଣ୍ଣ କଳସ ପୀଢ଼ାରେ । ପତାକା ଉଡ଼ଇ ସଧିରେ ।।

ଧନ୍ୟ ସେ ନ‌ଗର ଉତ୍ତମ । ସମସ୍ତ ଘର ଲୋକ ସମ ।।

ତ‌ହିଁରେ ଏକ ସାଧୁ ଘର । ତନ‌ୟ ବନ୍ତ ନାମ ତାର ।।

ପତ୍ନୀର ନାମ ଶକୁନ୍ତଳା । ଜନ୍ମ ସେ କଲା ସପ୍ତବଳା ।।

ଝିଅର ନାମ ତଅପୋଈ । ସବୁହୁ ଦୁଲ୍ଲଣା ଅଟଇ ।।

ସାଧବ ବଡ଼ ଧନେଶ୍ୱର । ବୋଇତ ସାତ ଖଣ୍ତ‌ତାର ।।

ସାତ ପୁଅଙ୍କ ସାତ ବୋହୁ । ସମସ୍ତେ ସୁନ୍ଦରୀ ସବୁହୁଁ ।।

ଚାଲନ୍ତି ସୁନାରେ ରୂପାରେ । ଶୁଅନ୍ତି ଖଟ ପଲଙ୍କରେ ।।

ଏକ ଦିନରେ ତଅ‌ପୋଈ । ଖୋଳିଣ ଗଲା ସାଙ୍ଗ ପାଇ ।।

ମନ୍ତ୍ରୀର ଝିଅ ସଙ୍ଗେ ମିତ । ଆବର ଅନେକ ସଙ୍ଗାତ ।।

ଖେଳଇ ଘେନି ସଙ୍ଗାତକୁ । ବୟସ ପାଞ୍ଚ ସିନା ତାକୁ ।।

ଖେଳନ୍ତି ଧୂଳି ଘର କରି । ଭାତ ତିଅଣ ଧୂଳି କରି ।।

ଏକ ବ୍ରାହ୍ମଣୀ ରାଣ୍ତୀ ଆସି । ଝିଅ ଖେଳିଲା ଘରେ ପଶି ।।

ବୋଲଇ ତଅପୋଈ ମାଏ । ବାପାଙ୍କର ଯେ ଏକଝିଏ ।।

ପୁଅ ମାନଙ୍କ ଠାରୁ ସାନ । ମାଆ ବାପାଙ୍କର ଜୀବନ ।।

କରିଛୁ ବାଂଶର କୁଲାଇ । ଧରିଛୁ ବାଂଶର ଟୋକାଇ ।।

ତୋପରା ହୋଇଥିଲେ ମୁହିଁ । କରନ୍ତି ସୁବର୍ଣ୍ଣ କୁଲାଇ ।।

ବାପ ମାଆଙ୍କୁ କରି ଦ୍ୱନ୍ଦ । ଗଢ଼ାନ୍ତି ସୁବର୍ଣ୍ଣର ଚାନ୍ଦ ।।

ତୁ ହାବେ ହୋଇଅଛୁ ଯାହା । ତୋତେ କି ନ ମିଳିବ ତାହା ।।

ଦେଖ ଏମନ୍ତ ଯେମାଦେଈ । ଘେନିଛୁ ବାଂଶର କୁଲାଇ ।।

ଏ ଯେତେ ସାଧବଙ୍କ ବାଳି । ଖେଳନ୍ତି ସୁନାର ଚାଙ୍ଗୁଡ଼ି ।।

ଏତକ କ‌ହି ରାଣ୍ତୀ ଗଲା । ତିମିର ପ୍ରବେଶ ହୋଇଲା ।।

ଖେଳ ଭାଙ୍ଗିଣ ସର୍ବ ବାଳି । ନିଜ ମନ୍ଦିରେ ଗଲେ ଚଳି ।।

ବିରସେ ତଅପୋଇ ଗଲା । ଗମ୍ଭୀରି ଭିତରେ ଶୋଇଲା ।।

କବାଟ କିଳି ମୁହଁ ମାଡ଼ି । ଶୋଇଲା ରତ୍ନ ଖଟେପଡ଼ି ।।

ସମସ୍ତେ ଭୁଞ୍ଜିଣ ବସିଲେ । ଝିଅକୁ ବାପା ସଙ୍ଖୋଳିଲେ ।।

ମାଏ ବୋଇଲେ ଆସିନାହିଁ । ଏତେ ରାତିରେ ଥିବ କାହିଁ ।।

କ‌ହଇ ସାନ ବୋହୁ ଯାଇ । ଅଛନ୍ତି ଗମ୍ଭୀରରେ ଶୋଇ ।।

ସାଧବ ଫେଡ଼ିଲା କବାଟ । ବସିଲା ଯାଇ ରତ୍ନ‌ଖଟ ।।

ବୋଲଇ କାହିଁ ପାଇଁ ମାଏ । ଶୋଇଛୁ ରୁଷିଲା ପରାଏ ।।

ଗଢ଼ାଇ ଦେବି ଭାଙ୍ଗିଥିଲେ । ଖୋଜାଇ ଦେବି ହଜିଥିଲେ ।।

ଧୋବଣି ଧୋବା ନ ଖଟିଲା । ତମ୍ବୁଳି ପାନ କି ନ ଦେଲା ।।

ଗଭା କି ନ ଦେଇଛି ମାଳି । କିଏବା ତୋତେ ଦେଲା ଗାଳି ।।

ତୋତେ କି ବିଭା କରାଇବା । ତ‌ହିଁକି ରୁଷିଅଛୁ ଅବା ।।

କଥା ନ କ‌ହି କିମ୍ପା ମୋରେ । ରୁଷିଛୁ କେଉଁ ନିମନ୍ତରେ ।।

ଚାଟ ନ ଶୁଣେ ତଅପୋଈ । ଶୋଇଛୁ ମାନଭର ହୋଇ ।।

ସପତ ଭାଇ ଉଠାଇଲେ । ମାତାହିଁ ଅନେକ କ‌ହିଲେ ।।

କେବେହେଁ ନ ଉଠଇ ବାଳି । କୁଟୁମ୍ବ ଯାକ ମନେ ଭାଳି ।।

ନିଳେନ୍ଦ୍ରି ନାମେ ସାନ ବୋହୁ । ତଅପୋଈର ପ୍ରିୟ ସେହୁ ।।

ସେ ବୋହୁ ଅନେକ କ‌ହିଲା । ନ ଉଠି ବଚନ ବୋଇଲା ।।

କ‌ହ ମୋ ପିତାର ଅଗ୍ରତେ । ସୁବର୍ଣ୍ଣ ଚାନ୍ଦ ଦେଉ ମୋତେ ।।

ନଦେଲେ ନ ଖାଇବି ଭାତ । ତୋ ଆଗେ କ‌ହୁଅଛି ସତ ।।

ଶୁଣି ସମସ୍ତେ ତୋଷହେଲେ । ଝିଅଙ୍କୁ ପିଅର ବୋଇଲେ ।।

ଏ ଛାର କଥାକୁ ଗୋ ମାଏ । ରୁଷିଛୁ ନ ମିଳିଲା ପ୍ରାୟେ ।।

କାଲି ଭିତରେ ଗଢ଼ାଇବି । ପନ୍ଦର ଦିନେ ଚାନ୍ଦ ଦେବି ।।

ଶୁଣି ଉସତ ତଅପୋଈ । ବସିଲା ମାତା କୋଳେ ଯାଇ ।।

ଏମନ୍ତ ରଜନୀ ପାହିଲା । ସାଧବ ବିନ୍ଧାଣି ଆଣିଲା ।।

ସାଧବସାଧବାଣୀ ବସି । ଗଢ଼ାନ୍ତି ସୁବର୍ଣ୍ଣର ଶଶି ।।

ଚାରି ପାରୁଶେ ଶୋହେହିରା । ଚନ୍ଦ୍ରକୁ ବେଢ଼ି ଯେହ୍ନେ ତାରା ।।

ଏମନ୍ତେ କେତେ ଦିନ‌ଗଲା । ସାଧବ ଅଧା ଚାନ୍ଦେ ମଲା ।।

ମାତା ହିଁ ପୂର୍ଣ୍ଣଚାନ୍ଦେ ମଲେ । ସମସ୍ତ କୁଟୁମ୍ବ କାନ୍ଦିଲେ ।।

କିଛି ଦିନରେ କ୍ରିୟା ସାରି । ବ୍ରାହ୍ମଣେ ଯଉତିଶେ ବରି ।।

ଏମନ୍ତ କେତେ ଦିନ ଗଲା । ବୋଇତ ପଦାର୍ଥ ସରିଲା ।।

ସୁବାୟୁ ଦେଖି ସାଧୁମାନେ । ହରଷ ହେଲେ ଯେଝା ମନେ ।।

ସମୁଦ୍ରେ ବୋଇତ ମେଲିଲେ । ସପତ ବୋହୁଙ୍କୁ ଡ଼ାକିଲେ ।।

ବୋଇତେ ଯାଉଅଛୁ ଆମ୍ଭେ । ଘର ସମ୍ଭାଳି ଥିବ ତୁମ୍ଭେ ।।

ଦେଖ ଏ ଦଇବର କୃତ୍ୟ । ପିତା ସଙ୍ଗତେ ଗଲେ ମାତ ।।

ଯେମନ୍ତେ ଝିଅ ନ ଝୁରିବ । ତେମନ୍ତେ ସେବା କରୁଥିବ ।।

ଭୋଜନ କରାଇବ ଆଣି । କ‌ହି ଅପୂର୍ବ ରସବାଣୀ ।।

ଲେପିବ କୁଙ୍କୁମ ଚନ୍ଦନ । ଗଭା ବାନ୍ଧିଣ ଦେବ ମାନ ।।

ଦୋଳିରେ ଦୋଳି ପଞ୍ଚାଇବ । ନିମିଷେ ହେଳା ନ କରିବ ।।

ଶୁଣି ବୋଲନ୍ତି ସାତ ଯାଏ । ଝିଅକୁ ନାହିଁ କିଛି ଭୟେ ।।

ନିରତେ ସେବା କରୁଥିବୁ । କ୍ଷଣେ ହେ ହେଳା ନ କରିବୁ ।।

ତୁମ୍ଭଙ୍କୁ ଦେଖିକରି ଆମ୍ଭେ । ହେଳାରେ ରହିଥିଲୁ ଦମ୍ଭେ ।।

ଯେବେ ଯାଉଛ ବାଣିଜ୍ୟରେ । ଆଣିଥିବଟି ଅଳଙ୍କାରେ ।।

କେବୋଲେ ମୋର ସୁନାଚୁଡ଼ି । ଆଣି ଥିବଟି ରତ୍ନେ ଜଡ଼ି ।।

କେ ବୋଲେ ହୀରାର ବସଣୀ । ମୋହର ପାଇଁ ଥିବ ଆଣି ।।

କେ ବୋଲେ ସୁବର୍ଣ୍ଣ କଙ୍କଣ । ଆଣିବ ମୋହ ନିମନ୍ତେଣ ।।

କେ ବୋଲେ ଅଷ୍ଟରତ୍ନ ତାରା । କେ ବୋଲେ ଖଞ୍ଜା ମୋତିହୀରା ।।

କେ ବୋଲେ ହୀରା ମଲ୍ଲୀ କଢ଼ି । ଉତ୍ତମ ରୂପେ ଥିବ ଗଢ଼ି ।।

ଭାଇଙ୍କ ବୋଲେ ତଅପୋଈ । ମୋ ପାଇଁ ହୀରାର କଣ୍ଢେଇ ।।

କେ ବୋଲେ ବସନ୍ତ ପତନୀ । ମୋହର ପାଇଁ ଥିବ ଆଣି ।।

ଏମନ୍ତେ ଶୁଣି ସାତଭାଇ । ଜଳେ ବୋଇତ ଗଲେ ବାହି ।।

ଏମନ୍ତେ କେତେଦିନ ଗଲା । ବୋଇତ ସେ ରାଜ୍ୟେ ଲାଗିଲା ।।

କୁଶଳେ ରହିଲେ ସେ ଯାଇ । କୋଶଳ ଦ୍ୱୀପ ସେ ବୋଲାଇ ।।

କ‌ହନ୍ତି ପ୍ରଭୁ ଚକ୍ରପାଣି । ଶୁଣି ସନ୍ତୋଷ ଠାକୁରାଣୀ ।।

ସମସ୍ତେ ଦେଲେ ହୁଳ ହୁଳି । ଯୁବା ତରୁଣୀ ବୃଦ୍ଧା ମିଳି ।।

ମଙ୍ଗଳା ନାମ ଉଚ୍ଚାରିଲେ । କର ଅଞ୍ଜଳି ଶିରେ ଦେଲେ ।।

ଯେ ଯାହା ଉପଚାର ବିଧି । ପୂଜି କାମନା କଲେ ସିଦ୍ଧି ।।

କ‌ହନ୍ତି ଦାସ ଗୋପୀନାଥ । କୃଷ୍ଣ ଚରଣେ ମୋର ମାଥ ।।

ପ୍ରଥମ ପାଳି ଅଧ୍ୟା ଶେଷ । କାମିନୀ ଗଣ ହେଲେ ତୋଷ ।।

ଚଳିଲେ ଯେ ଯାହା ସଦନ । ମଙ୍ଗଳା ନାମ କରି ଧ୍ୟାନ ।।

ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ନାମ ପ୍ରଥମ ଅଧ୍ୟାୟ ।।

Download the Khudurukuni Osha Book in PDF format using the link given below.

2nd Page of Khudurukuni Osha Book PDF
Khudurukuni Osha Book

Khudurukuni Osha Book PDF Free Download

REPORT THISIf the purchase / download link of Khudurukuni Osha Book PDF is not working or you feel any other problem with it, please REPORT IT by selecting the appropriate action such as copyright material / promotion content / link is broken etc. If this is a copyright material we will not be providing its PDF or any source for downloading at any cost.

SIMILAR PDF FILES